ମଣିଷ ମନ - ସୁଚିତ୍ରା ଭଟ୍ଟ


ହ୍ରଦିନୀ କୁ ଦେଖ ସୁନ୍ଦର ଦିଶଇ
ବହିଥାଏ ହଲ୍ଲାଦିତ ମନେ
ମଣିଷ ଜାତି ହେ ଅହଂକାର ରଖି
ଘାଣ୍ଟି ହୋଇଥାଏ ମନେ ମନେ
ହ୍ରସ୍ଵ ଶାଖା ପରି ଲମ୍ବି ଯାଇଥାଏ
ଜୀବନ ର ଗତି ପଥ
ହୋସଲା ହରେଇ ମଣିଷ ଜାତିହେ
ଭୁଲି ଯାଏ ନିଜ ପ୍ରକୃତ ପଥ
ମଣିଷ ଜାତି ହେ ହ୍ରସିଷ୍ଠ ହୋଇବି
ରଖିଥାଏ ମନେ ଗର୍ବ
ହ୍ୟସ୍ଥନ କର୍ମ କୁ ଶେଷ ସେ ନ କରି
ଶେଷ ରେ ହୁଅଇ ଖର୍ବ
ହେଲୋଦ ଦିଶଇ ହଳଦୀ ବର୍ଣ୍ଣ
ହେମ ଗିରି ଆହା ସୁନ୍ଦର ବନ
ମନେ କିଂପା ଆହା ହେମଜ ଲଗାଇ
ଲୋକଙ୍କୁ ଦେଖାଓ ସୁନ୍ଦର ମନ
ହେରିଙ୍ଗ ରୁହଇ ଜଳରେ ମଣିଷ ରୁହଇ ସ୍ଥଳରେ
ହେମମୟ  ଥାଏ ହେରିଙ୍ଗି ମନ ମଣିଷ କିମ୍ପାଇ ରଖେ ସେ ଧନ l 


ସୁଚିତ୍ରା ଭଟ୍ଟ 
ଖୋର୍ଦ୍ଧା, ଜଟଣୀ


Post a Comment

0 Comments