ଆଜି କାଳିଆକୁ ମୋର ଭୀଷଣ ଜର,
ସେବାରେ ତା ଲାଗିଛନ୍ତି କେତେ ଯେ ନର। ।
କେତେ ହେ ଲୀଳା ସେ ନ କରୁଛି,
ଜଗତ କର୍ତ୍ତା ହୋଇ ଜର ରେ ପଡିଛି ।
ଦେଖୁନ କେମିତି ଲୁଚି ସେ ବସିଛି,
ସାରା ଜଗତେ ଏଠି ହାହାକାର ପଡିଛି।
କଣ ନିଜ ଭକ୍ତ ର ପରୀକ୍ଷା ନେଉଛୁ,
ନା ଘରେ ରହି ତାର କଷ୍ଟ ବୁଝୁଛୁ।
କେବେ ତୁ ଶୁଣିବୁ ଏ ମିନତି ଆମର,
ଆଖି ପୁରାଇ ଦେଖିବୁ ଶ୍ରୀମୁଖ ତୋହର।
ଦର୍ଶନ ପାଇଁ ଆମେ ଚାହିଁବସିଛୁ,
ତୁ ଅଣସର ଘରେ ଲୁଚି ବସିଛୁ ।
ମଉଡ ମଣି ଆଜି ଜର ରେ ଶୋଇଛି,
ସତେ କେତେ କଷ୍ଟ ନ ପାଉଛି।
ତୋ ଫେରିବା ବାଟକୁ ଅନେଇ ବସିଛୁ,
ରତ୍ନସିଂହାସନେ ଦେଖି ସୁଖ ଟିକେ ଚାହୁଁଛୁ।
ଲଷ୍ମୀପ୍ରିୟା ପରିଡା
ୟୁନିଟ-୯ , ଭୁବନେଶ୍ୱର



2 Comments
Lines 👌👌👌👌
ReplyDeleteଅତି ସୁନ୍ଦର ଲେଖିଛନ୍ତି ଲକ୍ଷ୍ମୀ ଦିଦି🤗 , ଜୟ ଜଗନ୍ନାଥ 🙏
ReplyDelete