ଝକେର - ଝକେର ପାଏନ ପରୁଛେ
ଖଏଳ ହେଉଛେ କାଦୋ
ଚାଷିର ମନ ହସି ସରଦା ହେଉଛେ
କଧରିଆ ଖଟ ପାରିକରି ଶୁଇଛେ l
କ୍ଷେତ, ଖଳା ସବୁ ପୁରଲା
ଗାଁ ହେଲା ଛିନା
ଶରତ ବାବୁ ଝୁରିଜାଲ ରୁପି
ଅଡେକ ମାଛ ଆନଲା l
ଭୂତତି ଯାଇଛେ ମାଆ ମର
ଧୁକା ବହୁଛେ ଶୀତଳ
ଥର - ଥର କରି ବି କାମ କରୁଥିବା
ଇ ପେଟ ଲାଗି ଦିନ ଯାକ l
କେନ ଭାଜଲା ଚନା ଖାଉଛେ
କେନ ଖାଉଛେ ଜନା
ସବୁ ଜଣାପଡବା ରେ ବାବୁ
ସକାଳ ପାଏଲେ ଫୁଲ ବାସବା ରୋଡ ତରେ l
ଶରତ ମନହିରା
ଜାମଖୁଣ୍ଟା ( ବଲାଙ୍ଗୀର )




0 Comments