ପାଏନ୍ ତ ପାଏନ୍ ଝକେଁର୍ ପାଏନ୍
ହେସିତ ବର୍ ଷା ମାସ୍ ଟା ,
ହେଥିର୍ ଲାଗିତ ଫେର୍ ହେଇଛେହୋ
ବର୍ଷା ରୁତୁ ତାର୍ ନାଆଁଟା ।।
ଘିଡ୍ ଘିଡ୍ ଚଡ୍ ଚଡ୍ ମେଘର୍ ରଡି
ମଲ୍ ମଲ୍ ସଲ୍ ସଲ୍ ମେଘ୍ ,
କେତେ ବେଲେଁ କଲାମିସ୍ ମିସ୍ ଆର୍ କେତେବେଲେଁ ଠାଡ୍ ଖରାବେଲ୍ ।।
ପାନିର୍ ବିନେ ପୁର୍ ଥି ଅଚଲ୍ ତ
ପାଏନ୍ ଜହଥିଁ ସରବ୍ ନାସ୍ ,
ପାଏନ୍ ପବନ୍ ବିନେ ମୁନୁଷ୍ ଅଚଲ୍
ପାଏନ୍ ଟିକେତ ଚାଷୀର୍ ଆସ୍ ।।
ନେଇଁନ ଆର୍ ସେ ଆଗର୍ ଝକେଁର୍
ଟୁଡା ବୁଡା ବନ୍ଦ୍ କଁଟା ,
ନେଇଁ ହେବାର୍ ସେ ନଏଦ୍ ବଢି ହୋ
ସବୁ ଯାକର୍ ସୁଖା ଭଟାଁ ।।
ଆଗୋ ହଉ ଥିଲା ତିନ୍ ଦିନିଆଁ ଆର୍
ସାତ୍ ଦିନିଆଁ ଏଗାର ଦିନିଆଁ ,
ଝକେଁର୍ ପାଏନ୍ ଗଲା ସୁଇନ୍ ହେଇ
ମଉସୁମୀ ବର୍ଷାତ ନେଇଁଗା ।।
ଯେଭେଁ ଦେଖ୍ ବୁ ଲଘୁ ଚାପ୍ ଖାଲିଗା
କେନ ପାଏଲେଁ କେନ ନେଇଁ ,
ନାରୀ ମାୟା ଆର୍ ଇନ୍ଦର୍ ମାୟାକେ
କିଏ ପାର୍ବା ହୋ ଜାନି ଭେଇ ।।
ସରୋଜ କୁମାର ଆଚାର୍ଯ୳,
ବୁରୋମାଲ,ବିଜେପୁର,ବରଗଡ ।
ମୋ-ନ-୮୦୧୮୬୪୭୦୪୫,




0 Comments