ଘିଡ଼ ଘିଡେଇ ବିଜ୍'ଲୀ ଚମକ୍
ମନ୍ ଟା ଯାଉଥିସି ଡରି
କଲା ମିସ୍ ମିସ୍ ବାଦଳ୍ ଦେଖି
ମୟୁର୍ ଚାହିଁ ନାଚୁ ଥିସି କିନ୍ଦ୍'ରୀ ।।
କେତେବେଳେ କରେ ଝୁପୁର୍ ଝାପୁର୍
କେତେବେଳେ ଦେସି ପାଏନ୍ ଲଦି
ଝକେର୍ ପାଏନ୍ ବର୍ଷା ରାନୀ
କରି ଦିଏ ଗଦୋ ଗଦୋ ।।
ପାଏନ୍ ବର୍'ସିଲା ଝକେର୍ ଝାକେର୍
ଶୁଖା ଫଟା ମାଏଟ ଗଲା ଭରି
ଚାଷୀ ବୁପ୍'ରା ଥିଲା ଯେତେ ଆସ୍
ଝକେର୍ ପାଏନ୍ ଦେଖି ଖୁସି ଦେଲା ଭରି ।।
ଯେତେ ଥିଲା ସବୁ ଶୁଖା ନଡ଼ା ଗଛ୍
କଁଳିଆ ପତ୍'ରେ ଗଛ୍ ଭରି
ଝକେର୍ ପାଏନ୍ ନେ ପର୍'କୁତି ରାନୀ
ଧରି ବସିଛେ ସୁନ୍ଦରୀ ବେସ୍ ଧରି ।।
ଚରେ ଚିର୍'ଗୁନ୍ ପାଏବେ ସଭେ
ନୂଆଁ ନୂଆଁ କେତେ ଆସ୍'ରା
ଇ ଗଛୁ ସେ ଗଛ୍'କେ
ଉଡି ଯାଉଥିବେ ଦଉଥିବେ ଡାକ୍'ରା ।।
ବେଙ୍ଗ୍ ନାଚେ ଫୁଦୁକ୍ ଫାଦୁକ୍
ଉସତ୍ ମନେ ରଡେ କେଁ କେଁ
ଝକେର୍ ପାଏନ୍ କରିଦେଉଛେ
ଆର୍ ଟିକେ ତାହାକେ ଆର୍ ରଡ଼େ କେଁ କେଁ ।।
ଆକାଶ ସାହୁ,ଜିଲ୍ଲା -ସୁବର୍ଣ୍ଣପୁର
ଗାଁ- ସୁଲେଇ




0 Comments