ଝିପିର୍ ଝାପର୍ ବର୍ଷା ପାନି
ଦେଖ୍ ଲେ ନେଶି ମନ୍ କେ ଟାନି।
ଆଇଛେ ହୋ ଅସାର୍ ମାସ୍
ଚାଷୀ ଭାଇ ନେଲା ସୁଖର୍ ସାଁସ୍।
ଧର୍ ନି ଧରବା କନିଆଁ ବେଶ୍
ବର୍ଷା ଆଏଲେ ଆମର୍ ଦେଶ୍।
ସଜାବେ ସବୁ ଖେତ୍ ଖଳା
ରୁଇବେ ଖେତେ ଧାନ୍ ପଲା।
ଆଏବା ବେଳେ ବତର୍ ପାଏନ୍
ଗର୍ଜି ଉଠିବା ରାଏନ୍ ଝାଏନ୍।
ଖେତେ ଖଳେ ପାଏନ୍ ଗଲେ ପୁରି
ବସି ଖାଏବୁ କୋତ୍ରି ଝୁରି।
ମାଚ୍ଛ୍ ପୁରୁଗା ହେଣୁଆ ଝୋଲ୍
ବତର୍ ପାନି ଖୁଲ୍ ବା ପୋଲ୍।
ସୁଲ୍ ସୁଲିଆ ଶିତଳ୍ ପବନ୍
ବହିଲେ ଦେହିକେ ଲାଗ୍ସି ଯତନ୍।
ଢ଼ାକି ଦେଇଛେ କଳିଆ ବାଦଲ୍
ଢୁକୀ ଆଇଚ୍ଛେ ଝକେର୍ ମାହଲ୍
ହସିଁ ଉଠ୍ସି ମାଏଟ୍ ମାଁ
ଝରିଆ ଝର୍ ଲେ ରାଁ ଝାଁ।
✍️ ଯଶୋଦା ମାଝୀ
ନୂଆପଡ଼ା ( ବୋଡ଼େନ) ବୋଇର ଗାଁ




0 Comments