"ଆଏଜ୍ କାଏଁ ହେଲା ଯେ ଏତେ ଉଛୁର୍ ରେ ଆସଲୁ ମଏନା ? ମୁଇଁ ଦେଖୁଛେଁ,ଏଭେ ତ ତୁଇ ଖୁବ୍ ଉଛୁରେ କବାର୍ କରି ଆସୁଛୁ। ତୋର୍ କାମ୍ କବାରେ ଯଧିର୍ ମନ୍ ନାଇଁ ନ,କାଏଁ ଯେ ବଲାଲୁଟି କରି ଆଏସୁ।" ଢେଲ୍ ଏଡେ ଲାଲ୍ ଆଏଁଖ୍ କରି ଇ କଥା ମଏନା କେ ଦାସବାବୁ କହୁଛନ୍। ଅଚାଲ୍ ଚଲ୍ ସଁପତିର୍ ମାଲିକ୍ ହେଲେ ଭି ଦାସ୍ବାବୁକଁର୍ ଭିତିରେ ମୁନୁଷ୍ପନ୍ ରଁଚେ ଭି ନାଇଁ। କାଏଁ କର୍ବା ବୁପ୍ରି ମଏନା। ଗାଲି ହେଁଡ୍ସା ସହେଲେ ମଲା ଆର୍ ନି କଲେ ଭି କୁଟୁମ୍ ଭାସିଯିବେ। ଘରେ ତାର୍ ଦୁଇଟା ଛୁଆ। ଘଏତା ଝନ୍କ କେନ୍ ଗୁଟେ ଅଜନା ବେମାରେ ପଡିଛେ। ଡାକ୍ତର କହୁଛେ ମସଦ୍ ଟଁକା ଦୁରା ହେଲେ ଯେଇ ଅପେରେସନ୍ ହେବା। ସେଥିର୍ ଲାଗି ବୁପ୍ରି ମଏନା ଇନୁ ମେନୁ କମେଇ କୁଠେଇ ଜମିବାଡ଼ି ଲଗେଇ ଟଁକା ଦୁରା ଠୁଲେଇଛେ। ମାତର୍କ ସେ ଟଁକା ତାର୍ ଘଏତାର୍ ଅପେରେସନ୍ ଲାଗି କେନ୍ କନେ ଭି ନାଇଁ ଲାଗେ। ବୁପ୍ରି ମଏନା ଛ ମୁହିଁ ହେଇଗଲାନ। ଯେତେ ଜଲଦି ହେବା ଅପରେସନ୍ ହେଲେ ଭଲ୍ ହେଇପାର୍ତା।
ଦାସ୍ବାବୁ ଘର୍କେ କାମ୍ ବୁତା କରି ଆସବାର୍ ଟା ମଏନା କେ ହେଲାନ ମାସେ। ଦାସବାବୁର୍ ଛୁଆ ଦୁଇଟା ଦୁସରା ଜାଗାନେ ପଢୁଛନ୍ । ସେ ଆର୍ ତାକର୍ ସିଆନି ଘରେ ରହେସନ୍। ମଏନା ଗରିବ୍ ହେଲେ ଭି ଧାଜ୍ ଗୁରି ଆର୍ ସୁନ୍ଦୁରି ଟେ। ଦାସ୍ବାବୁର୍ ଆଏଁଖ୍ ଟା ମୁଟେ ଭଲ୍ ନାଇଁ। ମଏନା କେ ସେ ଏକଲା ପାଏଲେ ବାହାନାରେ କେତେ କଥା ପଚାରୁଥିସନ୍ ଆର୍ କେତେ କେତେ ସପନ୍ ଦେଖାସନ୍। ମଏନା ବୁପ୍ରି ସବୁ ଶୁନିକରି ଭି ତୁମ୍ ହେଇ ରହିଥିସି। ଭାଲା ଆଏ ଯେ ଦାସ୍ବାବୁ ତାର୍ ଦିହିଁକେ ହାତ୍ ଲଗେଇ ନାଇଁ ପାର୍ବାର୍। ହେଲେ,ତାକର୍ ହାଲ୍ ହିସାବ୍ ଦେଖଲେ ଯେ ହେଉ କହିଦେବା ଯେ ସେ କଁଚା କଁଚା ଖାଇଦେବା ମୁନୁଷ୍ କେ।
ଆଜି ଦାସ୍ବାବୁର୍ ସିଆନି ରିତା ମୁହୁଁ ଫେସ୍କେଇ ଲହ ଥନ୍ଥନ୍ ହେଇ ବସିଛନ୍। ମଏନା କବାର୍ ଲାଗି ଆସିଥିସି। ଘର୍ ବନ୍ଢାଉ ଥିସି ଆର୍ ରିତା ମେଡମ୍କର୍ ମୁହୁଁ କେ ଦେଖୁଥିସି। ଦୁସରା ଦିନର ଲେଖେନ୍ ରିତା ମେଡମ୍କର୍ ହାଲ୍ ଠିକ୍ ନି ଥାଏ। କଲ୍ଜା ରେ ଯା'ର୍ ଦୁଖ୍ ରଚି ଗଲାନ,ଛାତି ନେ ଯା'ର୍ ଗୁଲ୍ଗୁଲା ଗୁଡା ବାନ୍ଧିଛେ ଆର୍ ଆଁଖିର୍ ଆଁଖଲ୍ ଯା'ର୍ ଶରାବନର୍ ଝକେର୍ ବାଗିର୍ ବୁହୁଛେ ,ତାହାକେ ଦୁସରା ଝନ୍କର୍ ଦୁଖ୍ ବୁଝିବାର୍ ଟା କାଣା ବଡ୍ କଥା ଭାଏଲ୍ ? ଜାନ୍ଲା ଲେଖେନ୍ ମଏନା ରିତା ମେଡମର୍ ପାସ୍କେ ଯାଏସି ଆର୍ ପଚାରିସି, "ମେଡମ୍,କାଏଁଜେ ଆଏଜ୍ ମୁହୁଁ ଶୁଖିଯେଇଛେ ତମର୍ ?" ମଏନାର୍ କଥା ଶୁଣି ଲହ ଥନ୍ଥନ୍ ହେଇ ରିତା ମେଡମ୍ ନିଜର୍ ଛାତି ତଲର୍ ଦୁଖ୍ କେ ରଖି ନାଇଁ ପାରନ୍ ଆରୁ କହେସନ୍,"ମଏନା, ମୋର୍ ବାବୁର୍ ବା' ଙ୍କର୍ କିଡ୍ନି ଖରାବ୍ ହେଇଛେ ଲୋ। ଦୁସରା କିଡ୍ନି ଗୁଟେ ଲଗାଲେ ଯେଇ ଭଲ୍ ହେଇ ପାର୍ବେ। ତାକର୍ ଜୀବନ୍ ମୋର୍ ଜୀବନ୍ ଆଏ। ତୁଇ ଯେନ୍ତା ତର୍ ଘଏତାର୍ ଜୀବନ୍ ଲାଗି ଜୁଝୁଛୁ, ମୁଇଁ ଭି ଦାସ୍ବାବୁର୍ ଜୀବନ୍ ଲାଗି। ଆମର୍ ଯେତେ ଲାଗର୍ ଲେସର୍ ଅଛନ୍ କିହେ ଇ ଦୁଖ୍ ବେଲେ ଆହା ପଦେ ଭି କହେବାର୍ ନାଇଁ। ଅଚାଲ୍ ଚଲ୍ ସଁପତି ଥିଲେ କାଁ ହେବା। ଟଁକା ଦେଇ କିଡ୍ନି ଗୁଟେ ଘିନିକରି ଲଗାମୁ ମୋର୍ ବାବୁର୍ ବା'ଙ୍କର୍ ଠାନେ ବଏଲେ ଭି କିଏ ହଁ କଲେ ତ?" ଇନ୍ତା କହେଲା ଭିତିରେ ରିତା ମେଡମ୍ କର୍ ଆଏଁଖ୍ ଲହ ଥି ଭିଜି ଯେଇଥିସି ନ। ନାଇଁ କାନ୍ଦ ମେଡମ୍, ସବ୍ ଠିକ୍ ହେଇଯିବା ବଲି ମଏନା କହେସି ଆର୍ ତାର୍ କବାରେ ଲାଗ୍ସି। କୁର୍ଚି ଗୁଟେଥି ଦାସ୍ବାବୁ ବସିଥିସନ୍ ଆର୍ ଇ ଦୁହି ଝନ୍କର୍ କଥାବାର୍ତା କେ ଶୁନୁଥିସନ୍। ଭାବୁଥିସନ୍,ସତେ ଇ ନିଜର୍ ମୁନୁଷର୍ ଜୀବନ୍ ଲାଗି ମାହେଜି ମାନେ କେତେ ତ୍ଯାଗ୍ ଭାବନା ନାଇଁ ରଖିଛନ୍।
ବନ୍ଢଉଥିବାର୍ ସମିଆରେ ମଏନାର୍ ମୁଡ୍କେ ଉପେ ଟେ ଜୁଟ୍ସି। ରିତା ମେଡମ୍ ପାସ୍କେ ଯେଇକରି କହେସି,"ମେଡମ୍,ମୋର୍ ମୁଡେ ବୁଧିଟେ ଆଇଛେ ଗୋ।" ତେହେରୁ ରିତା ମେଡମ୍ କାଣା ବୋଲି ପଚାରିସନ୍ ଜେନ୍ତା ମଏନା କହେସି,"ମୋର୍ କିଡ୍ନି ଯଧିର୍ ଦାସ୍ବାବୁର୍ ଠାନେ ଲାଗି ପାର୍ବା ବଏଲେ ମୁଇଁ ଦେତିଁ।" ମଏନାର୍ କଥା ଟା ରିତା ମେଡମ୍ କର୍ ମନ୍କେ ଆଏସି।ତହିଁର୍ ଆର୍କ ଦିନ ଡାକ୍ତରଖାନା ଯାଏସନ୍ ଆରୁ ପରଖିଆ କର୍ସନ୍ ଯେ ମଏନାର୍ କିଡ୍ନି ଗୁଟେ ଦାସ୍ବାବୁର୍ ଦିହେଁ ଖଂଜ୍ଲେ ସେ ବଁଚି ପାର୍ବେ। ମଏନା ରାଜି ହେସି। କିଡ୍ନି ଗୁଟେ ଦାସ୍ବାବୁର୍ ଦିହେଁ ଖଂଜି ଦେଲେ ସେ ପୁରା ତିଆର୍ ହେଇ ସୁସ୍ତ୍ ହେଇ ଯାଏସନ୍। ମଏନା ଭି ଠିକ୍। ଯେନ୍ ମଏନାର୍ ଉପର୍ ସୁନ୍ଦର୍ କେ ଦେଖି ଅନ୍ମୁନୁଷିଆ ଚଲନ୍ ଦାସବାବୁର୍ ମନେ ଆସୁଥିଲା,ସେ ଦାସ୍ ବାବୁ ଶେଷେ ମଏନାର୍ ତ୍ୟାଗ୍ କେ ଦେଖି ଖୁସ୍ ହେଇକରି କହେସନ,"ମଏନା, ତୁଇ ମୋର୍ ଜୀବନ୍ ଠାନୁ କମ୍ ନୁହେ। ତୋର୍ ମୁନୁଷ୍ ତୋର୍ ଭି ଜୀବନ୍ ଆଏ। ତର୍ ମୁନୁଷର୍ ଅପେରେସନ୍ ଲାଗି ଯାହା ଟଁକା ଲାଗ୍ବା ସବୁ ମୁଇଁ ଖର୍ଚା କରମି। ଯା, ଡାକ୍ତରଖାନା ନେ ତର୍ ମୁନୁଷ୍ କେ।
ତେହେରୁ ମଏନାର୍ ଜୀବନ୍ ବଗ୍ବଗାତେଲ୍ ପାଆଁଲି ଯାଏସି। ତାର୍ ମୁନୁଷର୍ ଅପେରେସନ୍ କରାସି ଡାକ୍ତରଖାନା ନେ।ତାର୍ ମୁନୁଷ୍ ନୁଆଁ ଜୀବନ୍ ପାଏସି ଆର୍ ତାକର୍ ଆଘର୍ ସେ ଖୁସିର୍ ସଁସାର୍ ଫେର୍ ଘାଏ ଉବାଗର୍ ହେଇଯାଏସି ।
ସତେ ଆଏ,ଇ ସଁସାର୍ ଭିତ୍ରେ ମୁନୁଷର୍ ଜୀବନ୍ ମାହେଜି ଆର୍ ମାହେଜିର୍ ଜୀବନ୍ ମୁନୁଷ୍। ଗୁଟେ ଟଁକିଆ ମୁଦ୍ରାର୍ ଦୁହି ପାଖ୍ ଲେଖେନ୍ କହେଲେ କିଛୁ ଭୁଲ୍ ନୁହେ।
ବୀରମହାରାଜପୁର,ସୁବର୍ଣ୍ଣପୁର




0 Comments