ଝକେର - ପିତାମ୍ବର ମାଝୀ



ଝକେର୍ ପାଏନ୍'ଟା ମାରି ଦଉଛେ

ଗାଆଁ ଖୁଲି ଯଉଛେ ବୁହି

ପିଲାମାନ୍'କର୍ ଉସତ୍ କେତେ

କିଏ ପାର୍'ବା କହି  l


କାଗଜ୍ ଚିରି ଡ଼ଙ୍ଗା ବନେଇ କରି

ଭସାବାର୍ ଯେନ୍ ମଜା

ସମ୍'କର୍ ଘରେ ଖୋଉଛନ୍ ଦେଖ

ଜନ୍ଧ୍ରା ଆରୁ ମୁଗ୍'ଫୁଲି ଭଜା  l


ଝକେର୍ ଆଏଲେ ଚାଷୀ ମନ୍ ଖୁସ୍

କର୍'ସି ଧାନ୍ ରୁଆ

ପାଏନ୍ ପାଏଲେ ପତର୍ ପାଆଁଲି

ପର୍'କୁତି ଦିଶ୍'ସି ନୂଆଁ  l


ଇ ଝରି ଝକେର୍'ଥି ବୋଲ୍ ବମ୍ ଭକତ୍

ପାଏନ୍ ବୁହି କରି ନେସନ୍

ଶିବର୍ ମୁଡ଼େ ପାଏନ୍ ରୁକି କିନା

ପାପ୍ ସବୁ କଟେଇ ହେସନ୍  l


ଝରି ଝକେର୍ ପାଏନ୍ ଆଏଲେ କରି

ଫଲ୍ ଫୁଲ୍ କେତ୍'ନି ଫୁଟେ

ଚାରିକୁତି ପୁରା ମଗ୍'ମଗେଇ କରି

ବାସ୍ନାଟା ତାର୍ ଛୁଟେ  l




*ଭରୁଆମୁଡ଼ା*

*କୋମନା (ନୂଆପଡ଼ା)*

Post a Comment

0 Comments