ପିଲା ଟୁକେଲ୍ ବଲି ଗଢିଛେ ଗା ବିହି
ଟୁକେଲ୍ ଟା ଘରର୍ ସିରୀ।
ଅନ୍ଧାର୍ ଘର୍ କେ ଉକିଆ ଜନ୍ ଲୋ
ଘର୍ ଟା ଉଠ୍ସି ପୁରି।
ମାଁ ବାପର୍ ସୁଖର୍ ଦୁଖର୍ ସାଥୀ
ତାକର୍ ଆଁଖିର୍ ତରା।
ଲଛ୍ଛମୀ ପରତିମାଁ ସଥେଁ ଆଏ ଟୁକେଲ୍
ଭାଏର୍ ଖୁସିର୍ ପସରା।
ଆକାସେଁ ଉଡ୍ସି,ପାନି ପହଁର୍ ସି
ଚଘି ଯାଏସି ଡଙ୍ଗର୍,ପଥର୍।
ଚାରହି କୁତି ତାର୍ ଗୁନ୍ ଗାଏସନ୍
ମୁଡ୍ ନାଇଁ କରେ ତଲ୍।
ଟୁକେଲ୍ ଥିଲେଁ ଘର୍ ଉବାଗର୍ ଦିସ୍ ସି
ଟୁକେଲ୍ ବିନା ସବୁ ଛିନା।
ଦୁହି କୁଲର୍ ହିତା ଦୁହିତା ବଲିଗା
ଯୁଗେ ଯୁଗେ ଅଛେ ଜନା।
ବଗ୍ ବଗା ମଲି ଫୁଲ୍ ଆଏ ଟୁକେଲ୍
ଚାର୍ ହି କୁତି ମଗ୍ ମଗାସି।
ବହନି,ବହ,ଘର୍ ନି,ମାଁ ହେଇକରି
ଜୀବନ୍ ଟା କାଟିଦେସି।
ସାସ୍ ଘର୍ କେ ଟୁକେଲ୍ ନିଝର୍ କରସି
ହେଟା ତାର୍ ଅସଲି ଘର୍।
ଦୁଖେଁ,ସୁଖେଁ ସବୁବେଲେଁ ହଁସୁଥିସି
ସମ୍ କୁଁ କରି ନିଝର୍।
ଭାରତୀ ପଣ୍ଡା,ବୁର୍ଲା,ସମ୍ବଲପୁର
୯୪୩୮୬୪୪୧୫୩



0 Comments