ଟୁକେଲ -ଆକାଶ ସାହୁ



ଦଶ୍'ମାସ୍ ଦଶ୍'ଦିନ୍ ଗର୍'ଭ୍ ପରେ
              ମାଆର୍ ପେଟୁ ଜନମ୍ ହେସି 
ଝି ଟା ତ ଆଏ ଘରର୍ ଲକ୍ଷ୍ମୀ
           ଘର୍ ଟା ପୁରି ଉଠ୍'ସି ହସି ଖୁସି  ।।

କିଏ ଭାବେ ପୁଓ ହେଲେ ଭଲ ହେତା 
               ପୁଓ ହେଲେ କେତେ ମିଠା ବଁଟା
 ଟୁକେଲ୍ ଜନମ୍ ହେଲେ କାଏଁ ପାପ 
              ସୁଖୀ ଯାଏ ଲୁକର୍ ମୁହଁର୍ ହଁସି ଟା ।।

ଦୁନିଆଁ ନେ ସବୁ ଝି ଆଏ ସମାନ୍
               ମୋର୍ ଝି ଟା ଖାଲି ବଲି ନିଜର୍  
କଳିଯୁଗେ ମୁନଷ୍'ମାନେ କହେସନ୍
              ପର୍'ହର୍ ଝି କେ ନେ ଭାବେ ନିଜର୍ ।।

ଛି ରେ ତୋର୍ ଇ ମୁନୁଷ୍ ଜାଏତ୍
       ପର୍'ହର୍ ଝି ଟୁକେଲ୍ କେ ଦେଖୁ ହୀନ୍  
କେତେ ଅନିଏ ଅତ୍ୟାଚାର୍ କରୁ
        ଦେଖୁ କେଡେ ବଡ଼ ବଡ଼ ତୁଇ ସପନ୍  ।।

ଟୁକେଲ୍ ଦୁନିଆଁ କେ ନି ଆଏବାର୍
         ଆଗ୍'ରୁ ଦେଉଛନ୍ ତାହାକେ ମାରି
ଜନମ୍ ହେଇ ଆସି ଗଲେ ଧର୍ତି କେ
             କାମ୍ କରେଇ ଘାଁଟି ସାନି ଦେଉଛନ୍ ମାରି  ।।

ଯେତେ କହେଲେ ସେ ସବୁ ସହି ଯାଏସି
                         ନେ ଦିଏ କାହାକେ ବାଧା
ମୁନଷ୍ ହେଇ କରି କେତେ ଦୁଃଖ୍ ଦେସି
                        ତାହାକେ ମାରି ଲାତ୍ ବିଧା  ।।

ଛୋଟ୍ ଟେ ହେଇଛେ ବିହା ଦେଉଛନ୍ କରି 
                     ମାଆ ବୁଆ ଦେଉଛନ୍ ଟୁକେଲ୍
ମୁଡ଼େ ଦେଉଛନ୍ ସବୁ ଯେତେ ଲଦି
         ଆଜିର୍ ଯୁଗର୍ ଏନ୍ତା ହେଉଛେ ଖେଳ୍  ।।

ଟୁକେଲ୍ ଟେ ସେ ଘର୍ କାମ୍ ଠାନୁଁ
       ସବୁ କାମ ଯେତେ କର୍ସି ସେ ଏକ୍'ଲା 
ନିଜେ ଦୁଖେ ରହି ସେ ସୁଖ୍ ଦେସି
        କାହାକେ ନି କରେ କେଭେ ଗୁଲ୍ ଗୁଲା ।।

ଗୁଟେ ନାରୀ ନୁଁ ତୋର୍ ଜନମ୍
              ପାପିର୍ ରାଏଜ୍ ର ଧଂସ୍ ଲାଗି 
ନାରୀ ହେଇ ଯାଏ କେଭେ କାଲି
               ତ କେଭେ ହେସି ସେ ଦୁର୍ଗା  ।।

ଟୁକେଲ୍ ଜନମ୍ ଟା କାଣା ପାପ୍ ଆଏ
             ଦେଇଛେ ଭଗବାନ୍ ସବ୍'କୁ ଜୀବନ୍
ନେ ଭାବ୍'ବୁ କେଭେ କାହାକେ ଛୋଟ୍ 
           ଟୁକେଲ୍ ଜାଏତ କିଛି କରି ନି ପାରନ୍ ।।

ଜାର୍ ନୁ ଥିସି ସବୁ ଶିଖିତ୍ ଜ୍ଞାନ୍
         ସେ ଝି କେଭେ ନେ କରେ ଅତ୍ୟାଚାର୍  
ଝି କେ ଦେସି ଯେ ମାନ୍ ସମ୍ମାନ୍
        ସମ୍'କର୍ ଝି ଟୁକେଲ୍ ସମାନ୍ ବଳି କହେ ରେ ।।
    


ଆକାଶ ସାହୁ ସୁବର୍ଣ୍ଣପୁର
           ଗାଁ- ସୁଲେଇ

Post a Comment

0 Comments