ଉଠ ଉଠରେ ଭାଷା ଯୋଦ୍ଧାଗଣ
ଓଡ଼ିଆ ଭାଷାର ରଖ ଆଜି ମାନ।
ଓଡ଼ିଆ ଭାଷାର ଟେକ ଯେ ରଖିଣ
କେତେ ପ୍ରାଣ ଯେ ହୋଇଛି ବଳିଦାନ ।
ନିଷ୍ଠୁର ମନୁଷ୍ୟ ପ୍ରାୟ ସଭିଏଁ ଯେ ଜାଣ
କିଞ୍ଚିତ ମହତ ଆଉ ନାହିଁ ସନମାନ ।
ଭାଷା ସଂସ୍କୃତିକୁ ଦିଅ ସନମାନ
ପୂର୍ବ ଗୌରବର ସ୍ମୃତିକର ଆଜି ଗାନ ।
ଜଳ ବିନା ମାଛଙ୍କର ଯେମିତି ଜୀବନ
ଭାଷା ହୀନ ମନୁଷ୍ୟ ଜୀବନ ହିନିମାନ ।
ବଙ୍ଗାଳୀ ଜାତିପରି ହୁଅ ସ୍ଵାଭିମାନ
ବଢ଼ିଯିବ ତୁମ ଦେଶଜାତିର ସମ୍ମାନ ।
ଓଡ଼ିଆ ଭାଷା ଅଟେ ଏ ଜାତିର ସମ୍ମାନ
ମାଆର ଅମୃତବୋଳା ମଧୁର ବଚନ ।
ମାତୃଭାଷା ପାଇଁ ଏଠି କରନ୍ତି ରକ୍ତଦାନ
ତେଣୁ ବଢିଛି ମାତୃଭାଷା ର ପ୍ରାଧାନ୍ୟ ।
ମାଆ ମୁଖ ନିଃସୃତ ସେ ମାତୃଭାଷା ନାମ
ଭାଷାକୁ ସମ୍ମାନ ଦେବା ଅଟେ ଆମ୍ଭ ଧର୍ମ ।
ନାମ - ବର୍ଷା ରାଣୀ ସାହୁ
ଜିଲ୍ଲା - ଗଞ୍ଜାମ



0 Comments