ଟୁକେଲ - ଝରଣା ତନ୍ତୀ



ଟୁକେଲ୍ ଆଉ ପିଲା କେ ନେଇ
ଇ ସଂସାର୍ ଟା ଗଢ଼ା
ଟୁକେଲ୍ ବିନେ ପିଲା ଏକ୍ ଲା
ହେଇ ପାର୍ ବା କାଏଁ ଖାଡା ?
ବାଛ୍ ବିଚାର୍ କାଞ୍ଜେ କର୍ ସ ଟୁକେଲ୍ ଆଉ ପିଲା ଭିତ୍ ରେ
ଟୁକେଲ୍ ଜନ୍ ମେଇ କନ୍ୟା ଦାନ୍ କର୍ଲେ
ପାଏବ କେତେ ପୁଇନ୍ ରେ
ମାଆର୍ ପେଟେ ରହେଲା ଦିନୁ 
ମୁଲ୍ ହେସି ତାର୍ କଷ୍ଟ୍
ଟୁକେଲ୍ ବଲି ଜାନିଦେଲେ
କର୍ ସଁତ୍ ଗର୍ଭ୍ ନଷ୍ଟ୍ ।
ଛୁଆ ବେଲୁଁ ଯୁଆନ୍ ତକ୍ ଘିଚା ହେସି ଲକ୍ଷ୍ମଣ୍ ରେଖା
ତାର୍ ଜୀବନ୍ ଟା କାଏଁ ଜୀବନ୍ ନୁହେଁ
ଆଏ କାଏଁ ପାନିର୍ ଫୁଟ୍ କା?
ଟୁକେଲ୍ ଜନ୍ମଲେ ମାଆଁ ବୁଆ କେ
ଝୁମ୍ ରା ନାଇ ପଡେ ରାତି
ଗୁଟ୍ ଗୁଟ୍ କରି ଜିନିଷ୍ ଠୁଲାସନ୍
ରହେବା ବଲି ବେଟି ଖୁସି ।
କିରାସିନ୍ ଢାଲି ମାରିଦଉଛନ୍ 
ନାଇ ଆନ୍ ଲେ ମୋଟର AC ।
ଟୁକେଲ୍ ବଲାତ୍କାର୍ ଦିନ୍ କୁ ଦିନ୍ 
ବଢୁଛେ ଦୁନିଆରେ 
ବଲାତ୍କାର୍ ଶିକାର୍ ହେଲେ ଟୁକେଲ୍
ହିନସ୍ତା ହେସି ସମାଜ୍ ରେ ।
ହିନ୍ ନଜର୍ ଥି ଦେଖ୍ ସି ସମାଜ୍ 
ସତେ କାଏଁ ଟୁକେଲ୍ ର ଥିଲା ଦୋଷ୍
୩ ବଛର୍ ର ଛୁଆ ବି ଆଏଜ୍ ବଲାତ୍କାର୍ ହେସି
ଶୁନ୍ ଲେ ଉଡ଼ିଯିବା ହୋସ୍
ମହାଭାରତେ ଦ୍ରୋପଦୀର୍ ହେଇଥିଲା ବସ୍ତ୍ରର୍ ହରନ୍
ବାଲ୍ ଘିଚି ଘେସେରେଇ ଆନିଥିଲା
ଦୁଷ୍ଟ୍ ଦୁର୍ଯୋଧନ୍ ।
ରାମାୟଣ୍ ସୀତା ମାଆ ଦେଇଥିଲେ ଅଗ୍ନି ପରୀକ୍ଷା
ଦୁଃଖ୍ ସହି ନାଇ ପାରି ସୀତା ମାଆ
ମାଗିଥିଲେ ଶାନ୍ତି ର୍ ଭିକ୍ଷା ।
ଟୁକେଲ୍  ଆଏଜ୍ ସୁରକ୍ଷିତ୍ ନୁହେଁ
ଦରକାର୍ ସୁରକ୍ଷାର୍ ଢାଲ୍
ନିଜର୍ ଗୁଡେ ନିଜେ ଠିଆ ହେଇକରି ଦେଖା
ଯେନ୍ତା ହେଇଯିମେ ଦେଖି ବେହାଲ୍ ।
ଟୁକେଲ୍ ବି ପିଲା ନୁ କମ୍ ନୁହେଁ
ସବୁଥି ରହିଛେ ଆଘେ
ଇନ୍ଦିରାଗାନ୍ଧୀ, ପ୍ରତିଭା ପାଟିଲ୍
ଚଲେଇଛନ୍ ଆମର୍ ଦେଶ୍ କେ ।
ମୁନୁଷ୍ ପାଲ୍ ଟି ଛେ ପଶୁନୁ ହୀନ୍ ଆଏଜ୍
ଆଫ୍ ଗାନିସ୍ତାନ୍ ରେ ।
ଟୁକେଲ୍ ମନର୍ ଇଜ୍ଜତ୍ ନିଲାମ୍ ହଉଛେ
ବାହାର୍ କେ ଚାଲାନ୍ କରିରେ ।
ନାଇ ନ କାଏଁ  ତାର୍ ମାଆ ବୁହେନ୍
ନାଇ ନ କାଏଁ ତାର୍ କୁଲ୍ ଇଜ୍ଜତ୍
କେନ୍ତା ଲାଗ୍ ତା ତାଙ୍କର୍ ମାଆଁ ବୁହେନ୍ ଥରେ
ହେଇଯିତେଁ ବେଇଜ୍ଜତ୍ ।
କଁଚା ମାଂସର୍ ଲୁଭେ ଆଏଜ୍ ପୁରୁଷ୍ ହେଇଛେ ପାଗଲ୍
କାଣା ପାଉଛେ କେଜାନେ ସେ
ଟୁକେଲ୍ କରି କଲ୍ ବଲ୍ ।
ଘରୁଁ ଆଏଜ୍ ବାହାରି ନାଇ ପାର୍ ବାର୍ ରହିଛଁତ୍ ଟାଏଁ ଟ୍ ଢାପି
ମରଦ୍ ବଲି ଗୁଠେ ନାଇ ନ କାଏଁ ସେ ଦେଶେ  ରହିଛଁତ୍ କାହିଁ ଲୁକି?
ଚାଲ ସବୁ ଟୁକେଲ୍ ମିଶି ଗୁଟେ ହେମା,ହେଇକରି ଝାନ୍ସୀ ରାନୀ
ଆମର୍ ସ୍ୱାଧୀନ୍ ଆମେ ନିଜେ ଆନ୍ ମା
ତାହାଙ୍କର୍ ହାତୁଁ ଛିନି ।
ବହୁତ୍ କାନ୍ଦ୍ ଲାଁ ଆଉ ନାଇ....
କନ୍ଦାମା ଇହାଦେ ତାହାକେଁ
ଦୁର୍ଗା ସାଜି  ମୁଡ୍ ଛେଦ୍ ମା
ବଁଚାମା ଟୁକେଲ୍ ଜାଏତ୍ କେ ।
    
  ଝରଣା ତନ୍ତୀ
ସଉନାମରା ସୁନ୍ଦର୍ ଗଡ୍ ।

Post a Comment

0 Comments